ଆଦିବାସୀ Tribes

FacebookYOUTUBE
                     ଜୟ  ଆଦିବାସୀ  ମୂଲ୍ ନିବାସୀ
ସମସ୍ତ ଆଦିବାସୀ ମାନଙ୍କ ଧର୍ମ ''ଆଦିବାସୀ ଧର୍ମ'' ଯେଉଁ  ହିନ୍ଦୁ,ଖିଷ୍ଟିଆନ୍,ମୁସଲମାନ ମାନେ ଆମ ଆଦିବାସୀ ମାନଙ୍କୁ ,କହୁଛନ୍ତି ସମସ୍ତ ଆଦିବାସୀ ମାନଙ୍କ ଧର୍ମ ଆଦିବାସୀ ଧର୍ମ ନୁହେଁ ,ସମସ୍ତ ଆଦିବାସୀ ସମ୍ପ୍ରଦାୟର ବିଶ୍ୱାସ ,ମାନ୍ୟତା ,ପୂଜାର୍ଚ୍ଚନା,ରୀତିନୀତି ଓ ପର୍ବପର୍ବାଣୀ ଭିନ୍ନ ଭିନ୍ନ ତେଣୁ ସମସ୍ତ ଆଦିବାସୀ ମାନଙ୍କ ସମାନ ଧର୍ମ ନୁହେଁ । ସେମାନଙ୍କୁ ଜଣେ ଦେବା ପାଇଁ ଚାହୁଁଛି ଯେ, ହିନ୍ଦୁ ଧର୍ମ ରେ 5 ଟି ସମ୍ପ୍ରଦାୟ ଅଛି ,ସେମାନଙ୍କ ର ବିଶ୍ୱାସ,ବିଚାର ଓ ମାନ୍ୟତା ମଧ୍ୟ ଭିନ୍ନ ଭିନ୍ନ ଯଥା :- 1 - ବୈଷ୍ଣବ ସମ୍ପ୍ରଦାୟ ( ବିଷ୍ଣୁ ଭଗବାନ ଙ୍କୁ ପୂଜା କରନ୍ତି) 2 - ଶୈବ ସମ୍ପ୍ରଦାୟ (ଶିବ ଭଗବାନ ଙ୍କୁ ପୂଜା କରନ୍ତି) 3 - ଶାକ୍ତ ସମ୍ପ୍ରଦାୟ (ଦୁର୍ଗା ଦେବୀ ଙ୍କୁ ପୂଜା କରନ୍ତି) 4 - ସ୍ମାର୍ତ ସମ୍ପ୍ରଦାୟ (ସବୁ ଦେବା ଦେବୀ ଙ୍କୁ ପୂଜା କରାଯାଏ ) 5 - ବୈଦିକ ସମ୍ପ୍ରଦାୟ ( ବେଦ କୁ ମାନନ୍ତି ,ଏକ ମାତ୍ର ଭଗବାନ ନିରାକାୟ ଙ୍କୁ ମାନନ୍ତି )  ଓ ଆହୁରି ଅନେକ ଉପ ସମ୍ପ୍ରଦାୟ ଅଛି ।  
ଇସାଇ ଧର୍ମ (ଖିଷ୍ଟିଆନ)ର ସମ୍ପ୍ରଦାୟ ଯଥା :- 1 - କେଥୋଲିକ୍ 2 - ପ୍ରୋଟେଣ୍ଟ୍  3 - ଆଁର୍ଥୋଡାଁକ୍ସ୍ ଓ ଏହାର ମଧ୍ୟ ଆହୁରି ଉପ ସମ୍ପ୍ରଦାୟ ଅଛି ,ଏମାନଙ୍କର ମଧ୍ୟ ବିଶ୍ୱାସ,ବିଚାର ଓ ଚିନ୍ତାଧାରା ଭିନ୍ନ ଭିନ୍ନ । 
ଇସଲାମ ଧର୍ମ (ମୁସଲମାନ) ମାନଙ୍କ ର ମୂଖ୍ୟ ସମ୍ପ୍ରଦାୟ 1- ଶିୟା  2 - ସୁନ୍ନି ଏମାନଙ୍କର ବହୁତ ଉପ ସମ୍ପ୍ରଦାୟ ରହିଛି ,ଏମାନଙ୍କ ର ମଧ୍ୟ ବିଶ୍ୱାସ,ବିଚାର ଓ ଚିନ୍ତାଧାରା ଭିନ୍ନ ଭିନ୍ନ । 
ବୌଦ୍ଧ ଧର୍ମ ରେ ମଧ୍ୟ ସମ୍ପ୍ରଦାୟ ରହିଛି ଯଥା :- 1- ମହାୟାନ୍  2 - ହିନୟାନ୍ 3 - ବଜ୍ରୟାନ ଓ ଏମାନଙ୍କ ର ମଧ୍ୟ ଉପ ସମ୍ପ୍ରଦାୟ ରହିଛି ,ଏମାନଙ୍କର ମଧ୍ୟ ବିଶ୍ୱାସ,ବିଚାର ଓ ଚିନ୍ତାଧାରା ଭିନ୍ନ ଭିନ୍ନ । 
ଜୈନ ଧର୍ମ ରେ ମଧ୍ୟ ସମ୍ପ୍ରଦାୟ ରହିଛି ଯଥା : - 1 - ଶ୍ଵେତମ୍ବର 2 - ଦିଗାମ୍ବର ଏମାନଙ୍କର ମଧ୍ୟ ବହୁତ ଉପ ସମ୍ପ୍ରଦାୟ ରହିଛି ଓ ସେମାନଙ୍କର ମଧ୍ୟ ବିଶ୍ୱାସ,ବିଚାର ଓ ଚିନ୍ତାଧାରା ଭିନ୍ନ ଭିନ୍ନ ।
ଆମର ସମସ୍ତ ଆଦିବାସୀ ସମ୍ପ୍ରଦାୟ  ପ୍ରକୃତି ,ବସ୍ତୁ ଓ ପୂର୍ବଜ (ନିଜର ମରିଯାଇ ଥିବା ଲୋକମାନେ) ଙ୍କୁ ପୂଜା କରିଥାନ୍ତି । ସମସ୍ତ ଆଦିବାସୀ ସମ୍ପ୍ରଦାୟର ବିଶ୍ୱାସ ,ମାନ୍ୟତା ,ପୂଜାର୍ଚ୍ଚନା,ରୀତିନୀତି ଓ ପର୍ବପର୍ବାଣୀ ଭିନ୍ନ ଭିନ୍ନ ହେଇ ପାରେ କିନ୍ତୁ , ନିଜର,ପରିବାରର  ଓ ସମ୍ପ୍ରଦାୟର ମଙ୍ଗଳ ପାଇଁ  ହିଁ ଆଦିବାସୀ ଧର୍ମ ପାଳନ କରାଯାଏ ,,, କିନ୍ତୁ ହିନ୍ଦୁ, ଖିଷ୍ଟିଆନ ,ମୁସଲିମ ଆଦି ଧର୍ମ ରେ ନିଜର ଓ ପରିବାରର ମଙ୍ଗଳ ପାଇଁ କିନ୍ତୁ ମୂଳ ଲକ୍ଷ ପୁଣ୍ୟ ଅର୍ଜନ ଓ ମୁକ୍ଷ୍ସ୍ ପ୍ରାପ୍ତ କରି ସ୍ୱର୍ଗ କୁ ଯିବା ପାଇଁ ପାଳନ କରାଯାଏ ।
ତେଣୁ ଆମର ସମସ୍ତ ଆଦିବାସୀ ମାନଙ୍କୁ ଗୋଟିଏ ଧର୍ମ CODE ଦେବା ଉଚିତ । ଆଗରେ  1951 ମସିହାରେ CODE - 1 (HINDU) ,CODE - 2 (ISLAM) CODE - 3 (CHRISTIAN) CODE - 4 (SIKH) CODE - 5 (JAIN) CODE - 6(PARSEE) CODE - 7 (BUDDHIST) CODE - 8 (JEW) ଆମ ଆଦିବାସୀମାନଙ୍କ ପାଇଁ ଧର୍ମ CODE - 9 (TRIBE) ଥିଲା , ସବୁ ଧର୍ମ ର ଧର୍ମ CODE ଅଛି କିନ୍ତୁ ଏବେ ଆମର ଆଦିବାସୀ ମାନଙ୍କର ଧର୍ମ CODE ନାହିଁ ,ହଟେଇ ଦିଆଯାଇଛି ଆମ ଆଦିବାସୀ କଳା ,ସଂକୃତି,ପରମ୍ପରା କୁ ନଷ୍ଟ କରିବା ପାଇଁ ଓ ଆମକୁ ବାଧ୍ୟ କରା ଯାଉଛି ଅନ୍ୟ ଧର୍ମ କୁ ଗ୍ରହଣ କରିବା ପାଇଁ, ତେଣୁ ଆମକୁ ଧର୍ମ CODE ଦିଆଯାଉ । ତାହେଲେ ହିଁ ଆମ ଆଦିବାସୀ କଳା ,ସଂକୃତି,ପରମ୍ପର କୁ ନଷ୍ଟ ହେବାରୁ ରକ୍ଷା କରି ପାରିବା ।


                                         🙏ଜୟ ଆଦିବାସୀ ମୂଲ୍ ନିବାସୀ🙏

(🙏ଦୟାକରି ଆମ ସମସ୍ତ  ଭାଇ ଭଉଣୀ ମାନଙ୍କ ପାଖକୁ ପଠାନ୍ତୁ {SHARE କରନ୍ତୁ} 🙏)