Facebook
ଆଦିବାସୀ ଧର୍ମ (TRIBALISM)
ଧର୍ମ ର ଅର୍ଥ :- ଦାୟିତ୍ବ (ଯାହା ବାସ୍ତବରେ ଅର୍ଥ ଆମ ବିଶ୍ୱାସର ନୀତି ନିୟମ ପାଳନ କରିବା )
ଆଦିବାସୀ ଧର୍ମ ବହୁତ ଗୁଡାଏ ଧର୍ମ ଓ ବିଶ୍ବାସ କୁ ନେଇ ତିଆରି ହେଇଛି ।
ଉଦାହରଣ :- Animism (ଆତ୍ମବାଦ), Animatism (ଜୀବବାଦ) , Fetishism (ବସ୍ତୁକାମୁକତା), Naturalism (ପ୍ରକୃତିବାଦ), Totemism (ଟୋଟମବାଦ) ଇତ୍ୟାଦି ।
1 - ANIMISM (ଆତ୍ମବାଦ)
Anima ଗୋଟିଏ Latin ଶବ୍ଦ ଏହାର ଅର୍ଥ ଜୀବନ, ଆତ୍ମା, ଶ୍ୱାସ । Animism ଶବ୍ଦ କୁ ଆଣି ଥିଲେ German Physician and Chemist Gerge Earnst Stahal । E. B. Tylor Anthropology ରେ Animism କୁ ଆଣି ଥିଲେ ଓ ତାଙ୍କର 1871 ମସିହା ରେ 'Primitive Culture' ବହିରେ Animism କୁ ବର୍ଣ୍ଣନା କରିଥିଲେ । ଆତ୍ମା ଉପରେ ବିଶ୍ୱାସ ବା ମାନିବା ଓ ନିଜର ଓ ସମ୍ପ୍ରଦାୟ ର ମଙ୍ଗଳ ପାଇଁ ଆତ୍ମା କୁ ପୂଜାର୍ଚ୍ଚନା କରିବା କୁ Animism କୁହାଯାଏ ।
Animism କୁ ଦେଶ ବିଦେଶ ସବୁଆଡେ ମାନନ୍ତି ,ଭାରତର ଆଦିବାସୀ ମାନେ ମଧ୍ୟ ମାନନ୍ତି , ଉଦାହରଣ : - ଓଡ଼ିଶାର ହ୍ ର୍ଜା (ପରଜା) ,କନ୍ଧ ଆଦିବାସୀ ମାନେ ମାନନ୍ତି , ହ୍ ର୍ଜା ଆଦିବାସୀ ମାନେ ମନନ୍ତି ମରିଗଲା ପରେ କିଛି ଆତ୍ମା ନିଜ ଲୋକଙ୍କ ସହିତ ରହି ନିଜର ଲୋକଙ୍କୁ ରକ୍ଷା କରିଥାନ୍ତି ,ଆତ୍ମା ଦୁନିଆ ଅଛି ଓ ଅଧିକାଂଶ ଆତ୍ମା ଶ୍ମଶାନ ରେ ହିଁ ରହିଥାନ୍ତି , ଦୁଇ ପ୍ରକାର ଆତ୍ମା ରହିଥାନ୍ତି ଭଲ ଆତ୍ମା ଓ ଖରାପ ଆତ୍ମା ଏହି ପରି ମଧ୍ୟବର୍ତ୍ତି ଭାରତ କରୱା ଆଦିବାସୀ ମଧ୍ୟ ଦୁଇ ପ୍ରକାର ର ଆତ୍ମା ଥାନ୍ତି ବୋଲି ମାନନ୍ତି । ଆସାମ ର ଲାଖେର ଆଦିବାସୀ ମାନନ୍ତି ଯେ ଆତ୍ମା ର ଆକାର ଅସଲି ଶରୀରର ଆକାର ସହିତ ସମାନ,ଓ ମଣିପୁର କୁକିସ ଆଦିବାସୀ ମାନନ୍ତି ଆତ୍ମା ଶରୀର ଠାରୁ ଛୋଟ ଆକୃତି ବୋଲି ମାନନ୍ତି । ମଧ୍ୟ ପ୍ରଦେଶ ର ଛୋଟ ନାଗପୁର ଆଦିବାସୀ ମାନନ୍ତି ଯେ ଛାଇ ହେଉଛି ଆତ୍ମା, ବୈଗାସ୍ ଆଦିବାସୀ ମାନନ୍ତି ଯେ ଜଣେ ଲୋକ ମରିଗଲା ପରେ 10 ଦିନ ପରେ ଘରେ ଫେରି ଆସିବ ।
2 - ANIMATISM (ଜୀବବାଦ)
ସମସ୍ତ ଜୀବ ନିର୍ଜୀବ ସମସ୍ତଙ୍କ ପାଖରେ ଜୀବନ ଅଛି ଓ ଆତ୍ମା ମଧ୍ୟ ରହିଛି ,ସମସ୍ତଙ୍କ ଆତ୍ମା ସମାନ କୌଣସି ଆତ୍ମା କାହା ଠାରୁ କମ୍ ନୁହେଁ ସବୁ ଆତ୍ମା ସମାନ ।
3 - FETISHISM (ବସ୍ତୁକାମୁକତା)
କୌଣସି ବସ୍ତୁ ରେ କିଛି ଚମତ୍କାରି ଶକ୍ତି ଥିଲେ ତାହାକୁ Fetish ବସ୍ତୁ କୁହାଯାଏ । Fetishism ଶବ୍ଦ କୁ ପ୍ରଥମେ Fanel Brocess ବ୍ୟବହାର କରିଥିଲେ । Fetish ବସ୍ତୁ ଯଥା ଗହଣା (ସୁନା, ରୂପା) କାଠ ,ପଥର,ଇତ୍ୟାଦି ହେଇପାରେ ,ଏହି ଠାରେ ଚମତ୍କାରି ଶକ୍ତି ରହିଥାଏ ତେଣୁ ପୂଜାର୍ଚ୍ଚନା କରାଯାଏ ।
ଉଦାହରଣ :- ଭୋଡୋ (Vodo)ଆଦିବାସୀ ରକ୍ତ, ହାଡ,ପଞ୍ଜା ଇତ୍ୟାଦି କୁ Fitesh ବସ୍ତୁ ମାନନ୍ତି । ଭାରତର ବଣ୍ଡା (Bondo) ଆଦିବାସୀ ମାନେ ଖଣ୍ଡା କୁ Fitesh ମାନ୍ତି , ହ୍ ର୍ଜା (ପରଜା) ଆଦିବାସୀ ମାନେ ମଧ୍ୟ ଖଣ୍ଡା, କୁରାଡି ,ଇତ୍ୟାଦି ଅସ୍ତ୍ରଶସ୍ତ୍ର କୁ Fitesh ବସ୍ତୁ ମାନନ୍ତି ଓ ତାବିଜ,ଧାତୁ ମୁଦି ,ପଥର ମୁଦି ,କେତେକ ଗହଣା ଓ ଅଳଙ୍କାର ଇତ୍ୟାଦି କୁ Fitesh ବସ୍ତୁ ବୋଲି ମାନନ୍ତି । ଏହି ବସ୍ତୁ ମାନଙ୍କ ରେ ଚମତ୍କାର ଶକ୍ତି ରହି ଥାଏ ଯାହା ଆମକୁ ସାହାଯ୍ୟ ଓ ରକ୍ଷା କରିଥାଏ ।
4 - NATURALISM (ପ୍ରକୃତିବାଦ)
ପ୍ରକୃତି କୁ ପୂଜା କରଯାଏ ଯଥା ଜଙ୍ଗଲ, ପାହାଡ ପର୍ବତ, ନଦୀ ,ଝରଣା କୁ ପୂଜାର୍ଚ୍ଚନା କରାଯାଏ । କାରଣ ଜଙ୍ଗଲରେ ରହୁଥିବା ହିଂସ୍ର ପଶୁ, ସରିସୃପ ଓ ବନ୍ୟା, ବାତ୍ୟା ,ଭୂମିକମ୍ପ ରୁ ରକ୍ଷା ପାଇବା ପାଇଁ ।
ପ୍ରାକୃତିକ ବିପର୍ଯ୍ୟୟ କୁ ନିୟନ୍ତ୍ରଣ କରିବା ଅସମ୍ଭବ ତେଣୁ ବନ୍ୟା ନହେବା ପାଇଁ ନଦୀ କୁ ପୂଜାର୍ଚ୍ଚନା ଓ ବଳି ଦିଆଯାଏ ,ଓ ଭଲ ଫସଲ ହେବା ପାଇଁ ମାଟି କୁ ମଧ୍ୟ ପୂଜା କରିଯାଏ ।
ଉଦାହରଣ : - ଆମ ଭାରତ ର ହ୍ ର୍ଜା (ପରଜା) ,କନ୍ଧ, ସନ୍ତାଳ,ଗୋଣ୍ଡ ଇତ୍ୟାଦି ଆଦିବାସୀ ମାନେ ମାନନ୍ତି ।
5 - TOTEMISM (ଟୋଟମବାଦ)
ଆଦିବାସୀ ସମ୍ପ୍ରଦାୟର ଲୋକ ମାନନ୍ତି ବା ବିଶ୍ୱାସ କରନ୍ତି ଯେ ପଶୁ, ପକ୍ଷୀ, ବସ୍ତୁ ଓ ଗଛ ଇତ୍ୟାଦି ର ଆତ୍ମା ସହିତ ଆମର ସମ୍ବନ୍ଧ ଥାଏ । 'ଟୋଟମ' ଶବ୍ଦ ଓଜିବ୍ବେ ( Ojibwe) ନାମର ମୂଳ ଆମେରିକାର ଆଦିବାସୀ ଓତୋତେମନ୍ (Ototeman) ଭାଷାରୁ ଅଣାଯାଇଛି ଯାହାର ଅର୍ଥ ନିଜର ଭାଇ/ଭଉଣୀ ସଂପର୍କୀୟ । ଯେଉଁ ସମୁଦାୟ କୌଣସି ଗଛ,ବସ୍ତୁ, ପଶୁ,ପକ୍ଷୀ କୁ ଟୋଟମ (କୁଳଦେବତା) ମାନିଲେ ତାହାକୁ ମାରିବା ବା ନଷ୍ଟ କରିବା ଅପରାଧ ବୋଲି ମାନନ୍ତି । ପଶୁ, ପକ୍ଷୀ, ବୃକ୍ଷ,ବସ୍ତୁ ଇତ୍ୟାଦି ର ଆତ୍ମା ସହିତ ଆମର ସମ୍ବନ୍ଧ ଅଛି ମାନି ପୂଜାର୍ଚ୍ଚନା କରିବା କୁ Totemism କୁହାଯାଏ । ଗୋଟିଏ ସମୁଦାୟ ର ଗାଈ ଯଦି ଟୋଟମ(କୁଳଦେବତା) ଥାଏ ଗାଈ ମରି ଗଲେ ନିଜ ସଂପର୍କୀୟ ମରିଗଲେ ଯେମିତି ଦୁଃଖ ଓ ଶ୍ରଦ୍ଧାଞ୍ଜଳି ଦିଆଯାଏ ,ସେହିପରି ଗାଈ ମରିଗଲେ ସେହିପରି ହିଁ କରାଯାଏ ,ଓ ଯଦି ଗାଈର ଛୁଆ ଜନ୍ମ (ବଂଶ ବୃଦ୍ଧି) ହେଲେ ଖୁସି ମନାଯାଏ କରାଯାଏ । ଭାରତ ର ଆଦିବାସୀ ମଧ୍ୟ Totemism ମାନନ୍ତି ।
ଉଦାହରଣ : - ସନ୍ତାଳ,ଗୋଣ୍ଡ, ହ୍ ର୍ଜା (ପରଜା),କନ୍ଧ ଆଦି ଆଦିବାସୀ ମାନେ ମାନନ୍ତି ଯଥା ହ୍ ର୍ଜା ଆଦିବାସୀମାନେ,ପଥର,ଫଳମୂଳ ବୃକ୍ଷ, ଶସ୍ୟ , ନାଗସାପ ,ବାଘ ,ଭାଲୁ,ଗାଈ ଇତ୍ୟାଦି କୁ ଟୋଟମ (କୁଳଦେବତା) ମାନନ୍ତି । ସନ୍ତାଳ ମାନେ ମଧ୍ୟ ବିଭିନ୍ନ ଗଛ ଓ ପଶୁ ପକ୍ଷୀ ଙ୍କୁ ଟୋଟମ (କୁଳଦେବତା) ମାନନ୍ତି ।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଏହି ସବୁ ଧର୍ମ ର ମିଶ୍ରଣ ରେ ଆଦିବାସୀ ଧର୍ମ ହେଇଛି । ସବୁ ଆଦିବାସୀ ସମ୍ପ୍ରଦାୟ ଏହି ସବୁ ଧର୍ମ କୁ ମାନି ନଥାନ୍ତି ,ସବୁ ଆଦିବାସୀ ସମ୍ପ୍ରଦାୟ ଏହି ଅଲଗା ଅଲଗା ଧର୍ମ ଓ ବିଚାର ଧାରା ମାନନ୍ତି । ଅନ୍ୟ ଏକ ଆଦିବାସୀ ସମ୍ପ୍ରଦାୟ ର ଅନ୍ୟ ବିଚାର ଧାରା ଥାଏ । ସମସ୍ତ ଆଦିବାସୀ ମାନଙ୍କର ବିଶ୍ୱାସ ପୂଜା ପଦ୍ଧତି ,ପର୍ବପର୍ବାଣୀ ଇତ୍ୟାଦି ଅଲଗା ହେଇପାରେ କିନ୍ତୁ ଜୀବିତ ଓ ନିର୍ଜୀବ ବସ୍ତୁ ରେ ଥିବା ଆତ୍ମା ଓ ଚମତ୍କାର ଶକ୍ତି କୁ ହିଁ ସମଗ୍ର ଆଦିବାସୀ ସମ୍ପ୍ରଦାୟ ମାନନ୍ତି । କାରଣ ଏହା ଦ୍ୱାରା ହିଁ ସେମାନଙ୍କ ସମ୍ପ୍ରଦାୟ ର ମଙ୍ଗଳ ହେଇପାରିବ ।।।
::::-- ନିଜର,ପରିବାରର ଓ ସମ୍ପ୍ରଦାୟର ମଙ୍ଗଳ ପାଇଁ ହିଁ ଆଦିବାସୀ ଧର୍ମ ପାଳନ କରିଯାଏ ,,, ହିନ୍ଦୁ, ଖିଷ୍ଟିଆନ ,ମୁସଲିମ ଧର୍ମ ରେ ନିଜର ଓ ପରିବାରର ମଙ୍ଗଳ ପାଇଁ କିନ୍ତୁ ମୂଳ ଲକ୍ଷ ପୁଣ୍ୟ ଅର୍ଜନ ଓ ମୁକ୍ଷ୍ସ୍ ପ୍ରାପ୍ତ କରି ସ୍ୱର୍ଗ କୁ ଯିବା ପାଇଁ ପାଳନ କରାଯାଏ ।
--::::::
(🙏ଦୟାକରି ଆମ ସମସ୍ତ ଭାଇ ଭଉଣୀ ମାନଙ୍କ ପାଖକୁ ପଠାନ୍ତୁ {SHARE କରନ୍ତୁ} 🙏)