Facebook Page
ମୁଁ ନିଜେ ନିଜକୁ ଲଜ୍ୟା ଲାଗୁଛି ,ମୁଁ ନିଜକୁ ହ୍ ର୍ଜା ଆଦିବାସୀ ବୋଲି କହୁଛି,
ପ୍ରଥମ ତୋ ଆମେ ହ୍ ର୍ଜା ଭାଷା ବ୍ୟବହାର କରୁନୁ କହିବାରେ କି ଲେଖି ବାରେ , ଆମେ ଓଡିଆ କହି ନିଜକୁ ଶିକ୍ଷିତ ବୋଲି ଦେଖେଇ ହୋଉଛୁ ।
ଦ୍ବିତୀୟ ତୋ ହ୍ ର୍ଜା ଧର୍ମ (ହ୍ ର୍ଜା ବିଶ୍ୱାସ) ଅନୁସାରେ ପୂଜାର୍ଚ୍ଚନା,ପର୍ବପର୍ବାଣି ନକରି ଆମେ ହିନ୍ଦୁ (ଓଡିଆ)ମାନଙ୍କର ବେଶୀ ପାଳନ କରୁଛୁ ,(ହୋଲି,ଦୀପାବଳି, ଗଣେଶ ପୂଜା, ରକ୍ଷା ବନ୍ଧନ ଇତ୍ୟାଦି)
ତୃତୀୟ ତୋ ଆମ ନିଜ ହ୍ ର୍ଜା ଆଦିବାସୀ ବେଶ ପୋଷାକ ଓ ଖାଦ୍ୟ ଛାଡି ଓଡିଆ ମାନଙ୍କ ବେଶ ପୋଷାକ ଓ ଖାଦ୍ୟ ଖାଇବା ରୁଚି ରଖୁଛୁ
ଆଜି କୁ 86 ବର୍ଷ ତଳେ 1936 ମସିହା ରେ ଓଡିଶା ପ୍ରଦେଶ ଗଠନ କରାଯାଇ ଥିଲା , ଦେଖନ୍ତୁ 86 ବର୍ଷ ରେ ଆମେ କେତେ ଓଡିଆ ମାନଙ୍କ ପରି ହେଇ ଗଲୁଣି ,ଆମେ ନିଜକୁ ଉନ୍ନତି କରିବା ନାରେ ଆମ କଳା ସଂସ୍କୃତି ପରମ୍ପରା କୁ କେତେ ନଷ୍ଟ କରି ସାରିଲୁଣି ,ଆଉ ଆଗକୁ ଦେଖନ୍ତୁ ଓଡିଶା ପ୍ରଦେଶ ଗଠନ ହୋଇ 100 ବର୍ଷ ହୋଇ ନଥିବ ଆମେ ନିଜର କଳା ସଂସ୍କୃତି ପରମ୍ପରା କୁ ନଷ୍ଟ କରି ଆମେ ସବୁ ଅଣଓଡିଆ ବୋଲି ପରିଚୟ ଦେବାକୁ ପଡିବ ।।।
ଆମେ କିଏ କିଏ ଯାଇ ନିଶାଣ୍ ମୁଣ୍ଡା, ଜାକେର୍ ,ବଳାଉଣି ହଦାଇ,ମାଳି ଡଙ୍ଗ ରେ ,ଓଷୋ ମାଳେ ,ଯାଇ ଆମ ଦେବତା ,ଦାଦି ବୁଢା (ପୁର୍ବ ପୁରୁଷ)ପୂଜା କରୁଛୁ ଆଉ କେତେ ଲୋକ ଚୈତ ହ୍ ର୍ବ ,
ହୁଷ୍ ହ୍ ର୍ବ ,ବଳାଉଣି ଯାତ୍ରା, ଗୋରୁ ବଳାଉଣି, ରେ ଯୋଗ ଦେଉଛୁ
ମୋ ମତରେ କେତେକ ଗାଁ ର ବଡ ଲୋକମାନେ ହିଁ ପୂଜା କରୁ ଛନ୍ତି ,, କିନ୍ତୁ ଆମେ ମନ୍ଦିର ରେ ଯାଇ ଛୋଟରୁ ବଡ ସବୁ ଯାଇ ପୂଜା କରୁଛୁ,
ଶିବ ରାତ୍ରି, ଦୁର୍ଗା ପୂଜା,ଗଣେଶ ପୂଜା ,ହୋଲି,ଦୀପାବଳି, ଆଉ କେତେ ପର୍ବପର୍ବାଣି ରେ ସବୁ ଛୋଟ ବଡ ମିଶି ପାଳନ କରୁଛୁ । ଆଜି କାଲି ହର୍ଜା ଆଦିବାସୀ ମାନଙ୍କ ଭିତୁର ଘର୍ (ପୂଜା ଘରେ) ବି ଫୋଟ ଓ ମୁର୍ତ୍ତି ଆକାରରେ ହିନ୍ଦୁ ଭଗବାନ ଙ୍କୁ ପୂଜା କରାଯାଉଛି , ନିଜର ଦାଦିବୁଢା(ପୁର୍ବ ପୁରୁଷ) ନିଜର ଦେବତାଙ୍କୁ ପୂଜା ନକରି କି ।
ମୁଁ ଆପଣ ମାନଙ୍କୁ କହୁନି ହିନ୍ଦୁ ଧର୍ମ ଦେବା ଦେବୀ ଙ୍କୁ ପୂଜା କର ନାହିଁ
କି କିଷ୍ଟିଆନ ଯୀଶୁ ଙ୍କୁ ପ୍ରାର୍ଥନା କର ନାହିଁ , ମୁଁ ଆପଣ ମାନଙ୍କର ବିଶ୍ବାସ ଆସ୍ଥା ର ବିରୋଧ କରୁ ନାହିଁ ମୁଁ ଖାଲି ଆପଣ ମାନଙ୍କୁ ଅନୁରୋଧ କି ଆମ ହ୍ ର୍ଜା ଆଦିବାସୀ ମାନଙ୍କ ର ବିଶ୍ୱାସ (ଧର୍ମ) କୁ ପାଳନ କରୁନ୍ତୁ ।
ଦୁନିଆର ସବୁଠାରୁ ବଡ ଧର୍ମ ହୋଇ ପାରେ କିଷ୍ଟିଆନ୍ ଧର୍ମ ,ସବୁଠାରୁ ମହାନ ଓ ପୁରାତନ ଧର୍ମ ହୋଇ ପାରେ ହିନ୍ଦୁ ଧର୍ମ
କିନ୍ତୁ ଆପଣ ମାନେ ଜାଣି ଥାଇପାରନ୍ତି କୌଣସି ଧର୍ମ ସୃଷ୍ଟି ହୋଇ ନଥିବା ଆଗରୁ ହିଁ ଆମ ଆଦିବାସୀ ମାନେ ରହୁଥିଲେ ଓ ଆମ ଆଦିବାସୀ ମାନଙ୍କ ର କଳା ସଂସ୍କୃତି ପରମ୍ପରା ଆମ ବିଶ୍ୱାସ ଆମ ଆଦିମ ଆଦିବାସୀ ଧର୍ମ ଆଗରୁ ହିଁ ଥିଲା , ଏକଥା ମୁଁ କହୁନି ବହୁତ ଇତିହାସକାର ଓ ପତ୍ନତାତବିତ ମାନେ ମଧ୍ୟ ମାନନ୍ତି ।।।
ଆମ ହ୍ ର୍ଜା ଆଦିବାସୀ ମାନଙ୍କ ବିଷୟରେ କୌଣସି ପଥର ରେ କଦିତ ନାହିଁ କି ତାମ୍ର ପତ୍ର ରେ କଦିତ ନାହିଁ କି କୌଣସି ବହି ଲେଖା ହୋଇ ନାହିଁ ସିନା କିନ୍ତୁ ଆମ ହ୍ ର୍ଜା ଆଦିବାସୀ ଙ୍କ ଇତିହାସ ଆମ କଳା ଆମ ସଂସ୍କୃତି ଆମ ପରମ୍ପରା ରେ ଦେଖି ବାକୁ ମିଳେ ଯେମିତି କି ?
ଦେଉ (ଭଗବାନ) ଯାତ୍ରା ରେ ଭଗବାନ ବୁଢା ରାଜା ଙ୍କୁ ଗାଁ ଗାଁ ବୁଲେଇ ଥାନ୍ତି ପୂଜାରୀ ମାନେ ଓ ର୍ ଣ୍ ୱା ଦ୍ ଙ୍ଗ୍ ଳା ମାନେ (ଯୁଦ୍ଧା ଯୁବକ/ସୈନିକ ଯୁବକ) ଥିବେ ସେମାନଙ୍କ ହାତରେ ଧନୁ ତୀର ,ବାଲା,ଟାଙ୍ଗି,ଟାଙ୍ଗିଆ କେତେକ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଥାନ୍ତି ଓ ଗାଁ ଗାଁ ଭ୍ରମଣ କରିଥାନ୍ତି
ତୋ ଏହି ଆମ ଯାତ୍ରା ରୁ ଯାହା ଜାଣି ପାଉଛୁ ଯେ ଆମ ପୁର୍ବ ପୁରୁଷ ମାନେ ମଧ୍ୟ ଯୁଦ୍ଧ କରୁ ଥିଲେ ଓ ଆମ ହ୍ ର୍ଜା ଆଦିବାସୀ ମାନେ ମଧ୍ୟ ରାଜା ଥିଲେ ,କୌଣସି ରାଜ୍ୟ କି ପ୍ରଦେଶ ର ନହେଲେ ମଧ୍ୟ ବାସ କରୁ ଥିବା ଅଞ୍ଚଳର ରାଜା ହୋଉ ଥିଲେ ଓ ନିଜର ମାଟି ମା ପାଇଁ ଲଢେ଼ଇ କରୁଥିଲେ ,ଆମ ହ୍ ର୍ଜା ଆଦିବାସୀ ମାନେ ବି ବୀର ଥିଲେ ।।
ନିଶାଣ୍ ମୁଣ୍ଡା ବିଆନ୍ ପୂଜା କରି ବିହନ ଦିଆଯାଏ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ତୋ ଆମ ପୁର୍ବ ପୁରୁଷ ମାନେ ଚାଷ କାର୍ଯ କରୁ ଥିଲେ ।
ଚୈତ୍ ପର୍ବ ହେଲେ ଆମେ ଆମ ଗାଁ ର ନିଶାଣ୍ ମୁଣ୍ଡା ରେ ପୂଜା କରି ଶିକାର କରିବା କୁ ଯାଉଛୁ ,ତୋ ଆମ ପୁର୍ବ ପୁରୁଷ ଶିକାରୀ ଥିଲେ ।।
ହୁଷ୍ ପର୍ବ ଏହି ପର୍ବ ରେ ଭଲ ଫସଲ ହୋଇ ଥିବାରୁ ଦେବତା ମାନଙ୍କୁ ପୂଜାର୍ଚ୍ଚନା କରାଯାଏ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରି ଯଥା :-ଅଳ୍ ସି ପିଠା, ଅଳ୍ ସି ଗୁଣ୍ଡ୍,ଆଙ୍ଗ୍ ଠି ପିଠା, ଚାଉଳ୍ ପିଠା, ବୋଦଇ ଭାତ,ମାଣ୍ଡିଆ ଅଣ୍ଡା ଇତ୍ୟାଦି ଓ ନିଶା ଦ୍ରବ୍ୟ ଲ୍ ନ୍ଦା ,
ଏହି ପର୍ବ ରେ ଆମେ କେତେ ପ୍ରକାର ଖାଦ୍ୟ ବିଷୟରେ ଜାଣିବା କୁ ପାଇଲୁ ।
ଏହି ପରି ଆମ ସମସ୍ତ ପର୍ବପର୍ବାଣି ରେ ଆମ ଇତିହାସର ଝଲକ ଦେଖି ବାକୁ ପାଇ ବା
ଆମ ହ୍ ର୍ଜା ଆଦିବାସୀ ମାନଙ୍କ ସମସ୍ତ ପର୍ବପର୍ବାଣି ଓ ସମସ୍ତ ଗାଁ ର କାର୍ଯ୍ୟ କ୍ରମରେ ନାଚ ଗୀତ ବାଜା ବାଇଦ ର ସହିତ ହିଁ ପାଳନ କରା ଯାଇ ଥାଏ ।।
ଆମ ହ୍ ର୍ଜା ଆଦିବାସୀ ମାନଙ୍କ ଧର୍ମ ବିଶ୍ୱାସ କଳା, ସଂସ୍କୃତି,ପରମ୍ପରା ଉଚ୍ଚ କୋଟିର ।।
ଆମେ ଆମ ମାନଙ୍କ ଧର୍ମ ବିଶ୍ୱାସ କଳା, ସଂସ୍କୃତି,ପରମ୍ପରା କୁ ବୋଝେଇ ରଖି ବାକୁ ଏକତ୍ରିତ ହେବାକୁ ପଡିବ ।
କେତେକ ଶିକ୍ଷିତ ଲୋକ ଆମ ଆମ ହର୍ଜା ଆଦିବାସୀ ପରମ୍ପରା ମାନିବା ଲୋକ ମାନଙ୍କୁ ଅନ୍ଧ ବିଶ୍ୱାସି ମୁର୍ଖ ବୋଲି ଭାବନ୍ତି ଓ ନିଜ ପୁର୍ବ ପୁରୁଷ ଙ୍କ ପରମ୍ପରା କୁ ଛାଡି କେହି କିଷ୍ଟିଆନ ଧର୍ମ କେହି ପୂର୍ଣ ଭାବେ ହିନ୍ଦୁ ଧର୍ମ ପାଇଁ ଦୀକ୍ଷା ନେଇ ଥାନ୍ତି ଓ ନିଜକୁ ମହାନ ବୋଲି ଭାବନ୍ତି।।
ନିଜର ଅସଲି ପରିଚୟ ଓ ନିଜର କଳା ସଂସ୍କୃତି ପରମ୍ପରା କୁ ନଷ୍ଟ କରି ବସି ଥାନ୍ତି ।
ତେଣୁ କରି ଆମ ହ୍ ର୍ଜା ଭାଇ ଭଉଣୀ ମାନଙ୍କୁ ଅନୁରୋଧ କି ଆମେ ଏବେ ଠାରୁ ସତର୍କ ହେବା ଉଚିତ ନହେଲେ
ଦିନେ ଦିନ ଆସିବ ଆଜି କାଲି ଯେମିତି କେତେକ ପଶୁ ପକ୍ଷୀ ବିଲୁପ୍ତ ହୋଇ ଗଲେଣି ଆମ ହ୍ ର୍ଜା ଜାତି ବି ବିଲୁପ୍ତ ହେଇ ଯିବ
ଆମେ କାହାକୁ ଆଉ ହ୍ ର୍ଜା ବୋଲି ପରିଚୟ ଦେଇ ପାରିବା ନାହିଁ
ଖାଲି ଅଣଓଡିଆ ବୋଲି ପରିଚୟ ଦେଇ ହେବ କାରଣ
ଆମେ ହ୍ ର୍ଜା ବୋଲି କହିବାର କିଛି ପ୍ରମାଣ ନଥିବ ।
🌬 ମୋର୍ ସ୍ୱପ୍ନ ,
🌍ସାରା ଦୁନିଆ 🌎ଜାଣ "ହ୍ ର୍ଜା" ଜାତି କେ , ହ୍ ର୍ଜା କଳା ,ସସ୍କୃତି ପରମ୍ପରା କେ 🎎
🙋 ହ୍ ର୍ଜା ଜ୍ ୟ୍ ଅ ଓଃ.........🙆🙋
🙏ଜୁଆର୍🙏 ସ୍ ବୁ ହ୍ ର୍ଜା ଭାଇ ଭେଣି କେ , ମିଶି ବିଳି ,ଆଗେ ନେମା ଆମାର୍ ଜାତି କେ 🏃
🙋ହ୍ ର୍ଜା ଜ୍ ୟ୍ ଅ ଓଃ....🙋🙆