ହ୍ ର୍ଜା ଧର୍ମ

                                    ହ୍ ର୍ଜା ଧର୍ମ
ହ୍ ର୍ଜା ମାନେ  ଭଗବାନ ମାନଙ୍କୁ   "ଦେବ୍ ତା" କୁହନ୍ତି , ଦେବତା ମାନଙ୍କ ସହିତ ଡୁମା (ଭୂତ) ମାନଙ୍କୁ ପୂଜାର୍ଚ୍ଚନା କରାଯାଏ ।
"ଦେବ୍ ତା"(ଦେବା/ଦେବୀ) ମାନେ ପଥର, ଗଛ,ନଦୀ, ପାହାଡ,ଜଙ୍ଗଲ, ଝରଣା, ପବନ, ନିଆଁ, ମାଟି, ସୁନା, ରୂପା, ଲୁହା (ଅସ୍ତ୍ର ଶସ୍ତ୍ର) ଇତ୍ୟାଦ ମାନେ ଆମ ପରିବେଶ ର ସମସ୍ତ ବସ୍ତୁ ରେ ବାସ କରନ୍ତି ଦେବତା ମାନେ ।
କେତେକ ଜୀବ ଜନ୍ତୁ ମାନଙ୍କୁୁ ବାଘ,ଗାଈ ,ସାପ,ମାଛ ଇତ୍ୟାଦି ମାନେ ମଧ୍ୟ ଦେବତା ।
ସୂର୍ଯ୍ୟ, ଚନ୍ଦ୍ର, ତାରା ,ପାଣି, ପବନ,ଗଛ,ମାଟି, ବର୍ଷା,ନିଆଁ ଇତ୍ୟାଦି ମଧ୍ୟ ଦେବତା ।
ଦେବତା ମାନଙ୍କୁ ସେମାନଙ୍କ ରହୁଥିବା ସ୍ଥାନ ଓ ସେମାନଙ୍କ ପ୍ରକାର ଅନୁସନାରେ ସେମାନଙ୍କୁ ନାମ ଦିଆଯାଏ ।
ସେମାନଙ୍କୁ ଉପାସନା କରୁଥିବା ଲୋକ ମାନଙ୍କ ବଂଶ ଅନୁସାରେବି ନାମ ଦିଆଯାଇଥାଏ ।
ମରି ଯାଇଥିବା ଲୋକ (ଡୁମା) ମାନଙ୍କୁ ମଧ୍ୟ ଦେବତା ମାନଙ୍କ ପରି ସମ୍ମାନ ଦିଆଯାଏ ,ଡୁମା ମାନେ  ଦ୍ବିତୀୟ ଦେବତା  ।
ଡୁମା ,ଦେବତା ମାନେ ଦୁଇ ପ୍ରକାର 1- ଭଲ ଦେବତା (ଆମକୁ ରକ୍ଷା ଓ ସାହାଯ୍ୟ କରନ୍ତି) 2 - ଖରାପ ଦେବତା (ଆମର କ୍ଷତି କରନ୍ତି ,ଜୀବନ ବି ନେଇଥାନ୍ତି ଓ ଅସୁବିଧା ପକାନ୍ତି )
ତିନୋଟି ମୁଖ୍ୟ ପୂଜା ସ୍ଥଳୀ  1 - ନିଶାଣ୍ ମୁଣ୍ଡା  2 - ଜାକେର୍ 3 - ଭିତୁର୍ ଘ୍ ର୍ (ପୂଜା ଘର)
ନିଶାଣ୍ ମୁଣ୍ଡା :-
ନିଶାଣ୍ ମୁଣ୍ଡା ଦେବତା ମାନେ ମୁଖ୍ୟ ବା ବଡ ଦେବତା  ଗାଁ ର ସମସ୍ତ ପର୍ବପର୍ବାଣୀ ରେ ପ୍ରଥମେ ଏଠାରେ ପୂଜା କରା ଯାଏ ।
କୌଣସି ବିପଦ ର ଆଶଙ୍କା ହେଲେ ମଧ୍ୟ ଏଠାରେ ଆସି ମିନସିକ କରାଯାଏ । ବିପଦ ରୁ ରକ୍ଷା ପାଇ ବା ପାଇଁ ।
ନିଶାଣ୍ ମୁଣ୍ଡା ଦେବତା ଗାଁ କୁ ସୁରକ୍ଷା କରେ , ଭଲ ବର୍ଷା ଭଲ ଫସଲ ହେବା ପାଇଁ, ପ୍ରାକୃତିକ ବିପର୍ଯ୍ୟୟ ଝଡବାତ୍ୟା ମରୁଡି ଇତ୍ୟାଦି ରୁ ରକ୍ଷା କରିଥାଏ ଓ ରୋଗ ଦାଉରୁ ଗାଁ ଲୋକ ମାନଙ୍କୁ ରକ୍ଷା କରି ଥାଏ ।
ଜାକେର୍:-
ଜାକେର୍ ରେ ଜାକେର୍ ଦେବତାମାନଙ୍କୁ  ଓ ପୂର୍ବ କାଳ ଦାଦି ବୁଢା (ଡୁମା) ମାନଙ୍କୁ ପୂଜାର୍ଚ୍ଚନା କରାଯାଏ । କେତେକ ପର୍ବପର୍ବାଣି ଯଥା ଚୈତ୍ ପର୍ବ , ବିଆନ୍ (ବିହନ)ପୂଜା  (ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ),ମୁଣ୍ଡା ପୂଜା ଇତ୍ୟାଦି ରେ ପୂଜା କରାଯାଏ । ଭଲରେ ଫସଲ ହେବା ପାଇଁ, ଗାଁ ର ସୁରକ୍ଷା ଓ ମଙ୍ଗଳ କାମନା କରିବା ପାଇଁ ଏଠାରେ ପୂଜାର୍ଚ୍ଚନା କରାଯାଏ ।
ଭିତୁର୍ ଘ୍ ର୍ :-
ଭିତୁର୍ ଘ୍ ର୍ ର ଦେବତା ମାନଙ୍କୁ ସମସ୍ତ ପର୍ବପର୍ବାଣି ରେ ଓ ଘରର ସମସ୍ତ ସୁବିଧା ଅସୁବିଧା ରେ ପୂଜା କରାଯାଏ କିଛି କାମନା ଥିଲେ ମାନସିକ କରାଯାଏ । ସକାଳେ ସନ୍ଧ୍ୟା ରେ ଧୂପ ଦିଆଯାଏ ।
ଭିତୁର୍ ଘରର ଦେବତା ସମସ୍ତଙ୍କର ଅଲଗା ଅଲଗା ,ଯାହାର ବଂଶ (ପରିବାର)ର ତାଙ୍କର ଅଲଗା  ଦେବତା ରହିଥାନ୍ତି । ଘରର ଦେବତା ଯାହାର ଦେବତା ତାଙ୍କର ଛାଇ ପରି ରହି ରକ୍ଷା କରିଥାନ୍ତି ।
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ପୂଜାରୀ ମାନଙ୍କୁ ,ଦିସାରି,ଗୁଣ୍ୟା,ଗୁର୍ ମାଇ,(ମହିଳା -ଦିସାରିଣି,ଗୁଣ୍ୟାଣି,ଗୁର୍ ମାଇଣି,ବେଜ୍ ଣି) ବୋଲି କୁହାଯାଏ ।
ମୁଖ୍ୟତଃ ବଂଶାନୁକ୍ରମିକ ଭାବରେ ହ୍ ର୍ଜା ମାନେ ପୂଜାରୀ ହେଇ ଥାନ୍ତି ।
ଗୋଟିଏ ବଂଶ ସମସ୍ତେ ପୂଜାରୀ ହେଇ ନଥାନ୍ତି, ଯାହାକୁ ଦେବତା ଧରି ଥାନ୍ତି (ବଜା ଓ ମହୁରି ର ଧ୍ୱନି ଶୁଣି ଅଜାଣତରେ ନାଚ କରିଥାନ୍ତି)
ସେମାନେ ମୁଖ୍ୟତଃ ପୂଜାରୀ ହେଇଥାନ୍ତି,ଦେବତା ଧରି ଥିଲେ ଛୋଟ ବେଳ ରୁ ହିଁ ଲକ୍ଷଣ ଦେଖା ଯାଇ ଥାଏ  । ଅନ୍ୟ ମାନେ ମଧ୍ୟ ହେଇ ଥାନ୍ତି କିନ୍ତୁ ଯାହାକୁ ଦେବତା ଧରି ଥାନ୍ତି ସେମାନଙ୍କୁ ଅଧିକ ବିଶ୍ୱାସ କରାଯାଏ ।
ପୂଜାରୀ ମାନେ ଦେବତା ଓ ଡୁମା ମାନଙ୍କ ସହ କଥାବାର୍ତ୍ତା କରିଥାନ୍ତି ଓ ବେଳେ ବେଳେ ପୂଜରୀ ମାନଙ୍କ ଶରୀର ଭିତରେ ଦେବତା ଓ ଡୁମା ମାନେ ପ୍ରବେଶ କରିଥାନ୍ତି (ଧରି ଥାନ୍ତି ବା ଉବା ହେଇ ଥାନ୍ତି)  ।।।।
ଦିସାରି ମୁଖ୍ୟ ପୂଜାରୀ ହେଇଥାନ୍ତି ଓ ଗୁର୍ ମାଇ, ଗୁଣ୍ୟା ଓ ଦିସାରି ଙ୍କୁ ଗାଁ ର ବଡ ସାନ ,ଜାନି,ମୁଦ୍ ଲି ,ଚ୍ ଲାଣ୍,ବାରିକ୍ ଇତ୍ୟାଦି ମାନେ ପୂଜା କାର୍ଯ୍ୟ କରିବା ପାଇଁ ସାହାଯ୍ୟ କରିଥାନ୍ତି । ଦିସାରି ହିଁ ଯେ କୌଣସି ପର୍ବପର୍ବାଣୀ ଓ ଶୁଭ କାର୍ଯ୍ୟ (ବାହାଘର,ଗୃହ ପ୍ରବେଶ, ଚାଷ କାର୍ଯ୍ୟ ଆରମ୍ଭ ଇତ୍ୟାଦି) ଦିନ ବାର ସ୍ଥିର କରିଥାନ୍ତି ।
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଡୁମା ଦେବତା ମାନଙ୍କୁ ପୂଜାର୍ଚ୍ଚନା କରିବାପାଇଁ ନିଆଁ,ଧୂପ, ଫୁଲ, ଫଳ,କିଚୁଡି ଭାତ,ପୋଣା, ପାଣି, କ୍ଷୀର, ଗୁଢ,ଲ୍ ନ୍ଦା(ମାଣ୍ଡିଆ ତିଆରି ନିଶା ପାନୀୟ) ଇତ୍ୟାଦି  ଚକ୍ ନି  ବା ଦନା (ଗଛର ପତ୍ର ରେ ତିଆରି ପାତ୍ର)ରେ ଅର୍ପଣ କରାଯାଏ ଓ ସୁକିଲା ମାଛ,ଅଣ୍ଡା ଇତ୍ୟାଦି ପୂଜା କରାଯାଏ ବଳି ମଧ୍ୟ ଦିଆଯାଏ କୁକୁଡ଼ା,ଘୁଷୁରୀ,ଛେଳି,ମେଣ୍ଡା ଇତ୍ୟାଦି ।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଜଣେ ଲୋକ ମରିଗଲା ପରେ ଡୁମା ହେଇ ଯାଏ ଓ ଆଉ ଥରେ ଜନ୍ମ (ଅବତାର) ଆସି ଥାଏ । ଛୁଆ ଜନ୍ମ ହେଲା ପରେ ଗୁର୍ ମାଇ ମାନେ ପ୍ରାର୍ଥନା (ବୁଝାଇ) କରି କିଏ ଜନ୍ମ ଆସିଛି ଜାଣି ପାରନ୍ତି । ଯିଏ ଜନ୍ମ (ଅବତାର) ଆସିଥାନ୍ତି ତାଙ୍କ ଅଂଶ ରୁ ଛୁଆ ମାନେ ଜନ୍ମ ଆସିଥାନ୍ତି । ଗୋଟିଏ ଡୁମ ଅନେକ ଜନ୍ମ ନେଇ ପାରନ୍ତି ,ଜଣେ ଜଣେ ତିନି ଚାରୋଟି ଛୁଆ ହେଇ ଜନ୍ମ ହେଇ ଥାନ୍ତି । କିଛି ଛୁଆ ମାନେ ତିନି ଚାରୋଟି ଡୁମା ର ଅଂଶ ରେ ଜନ୍ମ ହେଇ ଥାନ୍ତି ।।।
କିଛି ବୁଡା ବୁଡି ଲୋଇ ବଞ୍ଚି ଥିଲା ବେଳେ ହିଁ ଅଜାଣତରେ ଜୀବନ(ଡୁମା) ପଠାଇ  ଥାନ୍ତି, ଛୁଆ ମାନଙ୍କୁ ,ତାଙ୍କ ଅଂଶ ରେ ଜନ୍ମ ହେବା ପାଇଁ ।
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଯେଉଁ ଲୋକ ପାପ କାମ କରେ ଅନ୍ୟାୟ ଅତ୍ୟାଚାର କରେ ,ସେଇ ଲୋକ କୁ ମରିବା ବେଳେ ଦୁଃଖ ଦୁର୍ଦ୍ଦଶା ଭୋଗି ବାକୁ ପଡି ଥାଏ ନହେଲେ ଅନ୍ୟ ଏକ ଜନ୍ମ ରେ ବି  ଦୁଃଖ ଦୁର୍ଦ୍ଦଶା ଭୋଗି ବାକୁ ପଡି ଥାଏ । ନହେଲେ ପର ଜନ୍ମ ରେ ବିକଳାଙ୍ଗ ନହେଲେ ତୁଚ୍ଛ (ଛୋଟ ଜନ୍ମ - କୀଟ ପତଙ୍ଗ) ବି ଜନ୍ମ ନେଇ ଥାନ୍ତି । ଯେ ଯେମିତି ପାପ କରିବ ସେ ସେମିତି ଦଣ୍ଡ ପାଇବ । ନିଜ କଲା କର୍ମ ଆନୁସାରେ ଫଳ ପାଇ ଥାନ୍ତି  
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଗୁର୍ ମାଇ ମାନେ ଦେବତା ମାନଙ୍କୁ  ପ୍ରାର୍ଥନା (ବୁଝାଇ) କରି ଜାଣି ପାରନ୍ତି, କୌଣସି ବ୍ୟକ୍ତି ର ବା  ଗାଁ ରେ ବିପଦ ଥିଲେ ,ପୂଜା ପାଠ କରା ଯାଏ  ବିପଦ ଆପଦ ରୁ ରକ୍ଷା  ପାଇବା ପାଇଁ । କେତେକ ଲୋକଙ୍କ ର ଜନ୍ମ ବେଳେ ରୁ ବିପଦ ରହିଥାଏ ,ତାକୁ  ଗୁର୍ ମାଇ  ମାନେ ପୂଜାର୍ଚ୍ଚନା କରି ଠିକ୍ କରି ଥାନ୍ତି ।।।