☺ହ୍ ର୍ଜା☺
ଆମ ହ୍ ର୍ଜା ଆଦିବାସୀ ମାନେ ଓଡିଶା ରାଜ୍ୟର କୋରାପୁଟ,ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ରେ ବସ ବାସ କରନ୍ତି । ହ୍ ର୍ଜା ଆଦିବାସୀ ଙ୍କୁ ଓଡିଆ ରେ ପରଜା କୁହାଯାଏ । ହର୍ଜା ଆଦିବାସୀ ମୁଖ୍ୟତଃ ଦୁଇ ପ୍ରକାର ର 1-ହ୍ ର୍ଜା (ବଡ଼ ହ୍ ର୍ଜା) 2-ଜଡିଆ ହ୍ ର୍ଜା (ସାନ ହ୍ ର୍ଜା) । ହ୍ ର୍ଜା ଆଦିବାସୀ ଙ୍କ ଉପନାମ (Surname) ମୁଦଲି ,ଜାନି,ଭୋଇ,ଦାମି,ନାୟକ,ନନ୍ଦିବାଡି,ମାଝି,ଜଡିଆ ଓ ପରଜା
ହର୍ଜା ଆଦିବାସୀ ଙ୍କ ମୁଖ୍ୟ ଜୀବିକା କୃଷି (ଏ ମାନଙ୍କ ପୁର୍ବ ପୁରୁଷ ମାନେ ଅଧିକାଂଶ ଶିକାର ବଞ୍ଚୁ ଥିଲେ )। ଏ ମାନେ ପଡୁ ଚାଷ କରନ୍ତି (ପାହାଡ ର ଜଙ୍ଗଲ କାଠି ନିଆଁ ଲଗେଇ ଚାଷ କରନ୍ତି)
ହ୍ ର୍ଜା ମାନଙ୍କ ମୁଖ୍ୟ ଫସଲ -🌾🌾 ମାଣ୍ଡିଆ,ଧାନ,ସୁଆଁ,ଅଳସି,କାଙ୍ଗୁ ,ବଦଇ ,ବିରି,କଳତ,କେଡ୍ ଜହ୍ନି ଇତ୍ୟାଦି ।
ଗୃହ ପାଳିତ ପଶୁ ପକ୍ଷୀ ଙ୍କୁ ବି ପାଳନ କରନ୍ତି ଯଥା- ଗାଇ🐄 ,ଛେଳି, ମେଣ୍ଡା🐏,ଘୁଷୁରି🐖 ଓ କୁକୁଡ଼ା🐤 । ହ୍ ର୍ଜା ଆଦିବାସୀ ପୂର୍ବ ଜନ୍ମ ଓ ପର ଜନ୍ମ କୁ ମାନ୍ତି ଓ ବିଶ୍ୱାସ କରନ୍ତି ଯେ ଜଣେ ମରିଗଲା ପରେ ଅନେକ ଜନ୍ମ ନେଇ ଥାନ୍ତି ,ଗୋଟିଏ ଗୋଟିଏ ଛୁଆ ରେ ତିନି ଚାରି ଜଣ ମିଶି କି ବି ଜନ୍ମ ନେଇ ଥାନ୍ତି ।ହ୍ ର୍ଜା ମାନେ ପକୃତି କୁ ପୂଜା କରନ୍ତି ଓ ସେମାନଙ୍କ ପୁର୍ବ ପୁରୁଷ (ମରି ଯାଇ ଥିବା ଲୋକଙ୍କୁ)ଙ୍କୁ ପୁଜା ଅର୍ଚନା କରନ୍ତି ,ହ୍ ର୍ଜା ଆଦିବାସୀ ମାନଙ୍କର ଗୋଟିଏ ବଂଶ (ପରିବାର) ର ଗୋଟିଏ ଭଗବାନ ଥାଆନ୍ତି । ହ୍ ର୍ଜା ମାନେ ପୂଜା ଅର୍ଚନା ପାଇଁ, ଫୁଲ, ଫଳ,ଅଣ୍ଡା, ସୁକିଲା ମାଛ ସହିତ ପଶୁ (ଘୁଷୁରି,ଛେଳି,ମେଣ୍ଡା)ବଳି ଦେଇ ଥାନ୍ତି ।ହ୍ ର୍ଜା ଆଦିବାସୀ ମାନଙ୍କ ର ମୁଖ୍ୟ ତିନୋଟି ପୂଜା ସ୍ଥାନ ଥାଏ । ଗାଁ ଭିତରେ ନିଶାଣି ମୁଣ୍ଡା ରେ ମୁଖ୍ୟ ଗ୍ରାମ ଦେବା ଦେବି ଥାଆନ୍ତି ,ଓ ଗାଁ ବାହାରେ ଗୋଟିଏ ପୂଜା ସ୍ଥାନ ର ନାମ ଜାକେର୍ ବଲି କୁହନ୍ତି ,ଆଉ ସମସ୍ତଙ୍କ ଘରେ (ଭିତୁର ଘର୍) ପୂଜା ଘର ଥାଏ। ହ୍ ର୍ଜା ମାନେ ଭଗବାନ ଙ୍କୁ ଡୁମା (ଭୂତ) ଦେବତା (ଦେବା/ଦେବୀ) କୁହନ୍ତି । ଗାଁ ନିଶାଣି ମୁଣ୍ଡାର ଦେବତା ଓ ଜାକେର୍ ଦେବତାଙ୍କୁ ଗାଁ ର ସମସ୍ତେ ପୂଜା କରନ୍ତି ,ଓ ଯାହାର ଘରର ଦେବତା ଙ୍କୁ ସେ ମିନେ ହିଁ ପୂଜା କରନ୍ତି ,। ହ୍ ର୍ଜା ଆଦିବାସୀ ମାନେ ବିଶ୍ୱାସ କରନ୍ତି ଯେ ଆମ ଘରର ଦେବତା ଆମ ସହିତ ସବୁବେଳେ ରହିଥାନ୍ତି ,ଆମ ଛାଇ ପରି ଓ ଆମକୁ ବିପଦ ରୁ ରକ୍ଷା କରି ଥାନ୍ତି ଓ ଦୁଷ୍ଟ ଡୁମା ,ଦେବତା ଠାରୁ ବି ଆମକୁ ରକ୍ଷା କରିଥାନ୍ତି । ନିଶଣି ମୁଣ୍ଡା ର ଦେବତା ଓ ଜାକେର୍ ର ଦେବତା ଗାଁ କୁ ସୁରକ୍ଷା ଦେଇଥାନ୍ତି ବୋଲି ବିଶ୍ୱାସ କରନ୍ତି ।
କୌଣସି ପର୍ବପର୍ବାଣି ରେ ଏଠାରେ ପୂଜାର୍ଚ୍ଚନା କରାଯାଏ । ପୂଜାରୀ ମାନଙ୍କୁ କୁ ଦିସାରି ,ଗୁଣ୍ୟା , ଗୁର୍ ମାଇ ଓ ବେଜ୍ ଣି କୁହାଯାଏ ।ହ୍ ର୍ଜା ଆଦିବାସୀ ମାନେ ମୁଖ୍ୟତଃ ବଂଶଗତ ଭାବରେ କାର୍ଯ୍ୟ କରିଥାନ୍ତି ,ଯଥା -ବାପା ପୂଜାରୀ ଥିଲେ ପୁଅ ପୂଜାରୀ କାର୍ଯ୍ୟ କରନ୍ତି ବଂଶନୁକ୍ରମିକ କରିଥାନ୍ତି।ଗାଁ ର ସମସ୍ତ କାର୍ଯ୍ୟ ଠିକ ଭାବରେ ଚଳାଇ ବା ପାଇଁ କେତେକ ଲୋକ ଦାୟିତ୍ବ ଦିଆଯାଏ ଥାଏ ,ତାହା ପଦବୀ ଗୁଡିକ ହେଲା ,ଦିସାରି (ମୁଖ୍ୟ ପୂଜାରୀ),ଗୁର୍ ମାଇ (ପୁରୁଷ/ସ୍ତ୍ରୀ) ନାଇକ୍ (ଗାଁ ର ବଡ) ଚଲାଣ (ଖାଦ୍ୟ ଶସ୍ୟ ଓ ପୂଜା ସାମଗ୍ରୀ ଗାଁ ଲୋକଙ୍କ ଠାରୁ ସଂଗ୍ରହ କରିବ) ଓ ବାରିକ୍ (ବାର୍ତ୍ତା କହିବୁଲିବା ଲୋକ) ବଂଶାନୁକ୍ରମିକ ଭାବରେ କରିଥାନ୍ତି । ହର୍ଜା ମାନଙ୍କ 🎋ପର୍ବ 🎎 ହୁଷ୍ ହର୍ବ୍ , ଚୈତ୍ ହ୍ ର୍ବ ,ବୋଦ ବଳାଉଣି ,ଲକ୍ଷ୍ମୀ ହୁଜା,ଦଳି ଦେଉ ହୁଜା ,ଦିୱଆଳି ,ବାଉମୁଣ୍ଡା ,ଗୋରୁ ବଳାଉଣି ଇତ୍ୟାଦି
। ।।।।।।।।।
ଆମର ଧର୍ମ ହିନ୍ଦୁ ନୁହେଁ ସମୟ ଅନୁସାରେ ,ହିନ୍ଦୁ ମାନଙ୍କ ସଂସ୍ପର୍ଶରେ ଆସି ,ଆମେ ହିନ୍ଦୁ ମାନଙ୍କ ଧର୍ମ ରେ ପ୍ରଭାବିତ ହୋଇ ଅଛୁ । ମୋ ମତରେ ଆମ ଧର୍ମ ହ୍ ର୍ଜା ଧର୍ମ ବା ପ୍ରକୃତି🏞 ହିଁ ଆମ ଧର୍ମ କାହିଁକି ନା ଆମେ ପ୍ରକୃତି 🏞କୁ ଉପାସନା କରୁଛୁ ।
ଆମର "ଆୟା" ("ମା") ହେଉଛି "ଧ୍ ର୍ ତ୍ ନି " 🌍("ପୃଥିବୀ),,ତୋ ଆମର ହ୍ ର୍ଜା ମାନଙ୍କ ମୂଖ୍ୟ ବା ବଡ ଭଗବାନ "ପୃଥିବୀ" || ହ୍ ର୍ଜା ମାନଙ୍କ ବିଶ୍ୱାସ ରେ ,,,"ଧ୍ ର୍ ତ୍ ନି "🌎 ବା ମାଟି ରୁ ଭାଇ ଭଉଣି ଜନ୍ମ ହେଲେ ଓ ବାହା ହେଇ ଘର ସଂସାର କରି ଏହି ସମାଜ ତିଆରି କଲେ ।।
ଆମ ହ୍ ର୍ଜା ଆଦିବାସୀ ସମାଜ ସବୁଠାରୁ ବଡ କଥା, 👫ଲିଙ୍ଗ ଗତ ବେଦଭାବ ନାହିଁ ,ଉଭୟ ସ୍ତ୍ରୀ ଓ ପୁରୁଷ ସମାନ ,ଉଭୟ ମିଶି ବିଳି କାମ କରିବେ ମିଶି ବିଳି ନାଚ ଗୀତ କରିବେ ।
।।।।।।।।।।
ଏହି ଲେଖା ରେ କୌଣସି ତୃଟି ଥିଲେ ,ଦୟାକରି ଜଣାନ୍ତୁ ।
🙏ବୁଲୁ ମୁଦ୍ ଲି🙏